ମହିନ୍ଦ୍ରା 275 DI XP ପ୍ଲସ୍ ଟ୍ରାକ୍ଟର କାହିଁକି କିଣିବେ, ବୈଶିଷ୍ଟ୍ୟ ଏବଂ ବିଶେଷତା
ଭାରତ ଟ୍ରାକ୍ଟର ବଜାର ସ୍ବତନ୍ତ୍ର – ଚାଷୀମାନେ ଏଭଳି ଟ୍ରାକ୍ଟର ଖୋଜନ୍ତି, ଯାହା ସେମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ସହ ଶକ୍ତିଶାଳୀ ହୋଇଥିବ ଏବଂ ପକେଟକୁ ମଧ୍ୟ ସୁହାଉଥିବ । ଏଭଳି ଗୋଟିଏ ଟ୍ରାକ୍ଟର ଯାହା ଭାରତୀୟ ଚାଷୀଙ୍କର ଚାହିଦା ପୂରଣ କରେ, ତାହା ହେଉଛି ମହିନ୍ଦ୍ରା 275 DI XP ପ୍ଲସ୍ ଯେଉଁଥିରେ ଅଛି ରଗଡ୍ ଏକ୍ସେରିଅର୍, ଶକ୍ତିଶାଳୀ ଇଞ୍ଜିନ, କମ୍ ଇନ୍ଧନ ଖର୍ଚ୍ଚ ଏବଂ କମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ । ମହିନ୍ଦ୍ରା ଟ୍ରାକ୍ଟର ବିଷୟରେ ଏଠାରେ ଅଧିକ ଦିଆଗଲା ।
ମହିନ୍ଦ୍ରା 275 DI XP ପ୍ଲସ୍ ଟ୍ରାକ୍ଟର: ଅବଲୋକନ
ମହିନ୍ଦ୍ରା 275 DI XP ପ୍ଲସ୍ ମିଳିବ ବଢ଼ିଆ ପ୍ରଦର୍ଶନ ଏବଂ କମ୍ ଇନ୍ଧ ଖର୍ଚ୍ଚର ବୈଶିଷ୍ଟ୍ୟ । ଏହା ଏକ ELS ଡିଜେଲ୍ ଇଞ୍ଜିନ୍ ଦ୍ବାରା ପରିଚାଳିତ ଯାହା ଆପଣଙ୍କର ଝାଳ ନବୁହାଇ ସମସ୍ତ ପ୍ରକାରର କୃଷି ଉପକରଣ ପରିଚାଳନା କରିବା ସହ ସମସ୍ତ କୃଷି କାର୍ଯ୍ୟ ପାଇଁ ପର୍ଯ୍ୟପ୍ତ ଶକ୍ତି ଉତ୍ପନ କରିଥାଏ ।
ଏଥିସହ, ଏହାର ରହିଛି ରଗଡ୍ ଏକ୍ସଟେରିଅର୍, ଯାହା ଯେ କୌଣସି ପାଣିପାଗକୁ ସାମ୍ନା କରି ପାରିବ । ଆପଣ ଏହି ମହିନ୍ଦ୍ରା ଟ୍ରାକ୍ଟରକୁ ହିମାଳୟ ପାହାଡ଼ରେ ହେଉ କିମ୍ବା ମହାରାଷ୍ଟ୍ରର ଧାନ କ୍ଷେତରେ ସବୁଠି ବ୍ୟବହାର କରି ପାରିବେ । ପାଣିପାଗ କିମ୍ବା ମାଟିର ସ୍ଥିତି ଯୋଗୁଁ ଟ୍ରାକ୍ଟର ନଷ୍ଟ ହେବା ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।
ଏଥିରେ ମଧ୍ୟ ରହିଛି ହାଇ-ଟେକ୍ ହାଇଡ୍ରୋଲିକ୍ ଯାହା ଆପଣଙ୍କୁ ଟ୍ରାକ୍ଟରରେ ଅଧିକ ଲୋଡ୍ ନଦେଇ ଭାରୀ ଉପକରଣ ପରିଚାଳନା କରିବାକୁ ସକ୍ଷମ କରାଏ ।
ଆମ ମଧ୍ୟ ଆପଣଙ୍କୁ ଦେଉଛୁ ଏ ଉଦ୍ୟୋଗର ପ୍ରଥମ 6 ବର୍ଷିଆ ୱାରେଣ୍ଟୀ । ଯାହା ଦ୍ବାରା ଆପଣ ଟ୍ରାକ୍ଟରକୁ ଖରାପ ହେବାର ଭୟ କିମ୍ବ ବ୍ରେକ୍ ଡାଉନ୍ ସମ୍ଭାବନା ନେଇ ଚିନ୍ତା ନକରି ଏହାର ପୂର୍ଣ୍ଣ ସାମର୍ଥ୍ୟ ଅନୁରୂପ ବ୍ୟବହାର କରି ପାରିବେ ।
ମହିନ୍ଦ୍ରା 275 DI XP ପ୍ଲସ୍: ମାଇଲେଜ୍
ମହିନ୍ଦ୍ରା 275 DI XP ପ୍ଲସ୍ ର ରହିଛି ଶ୍ରେଷ୍ଠ ଫୁଏଲ୍ ଇକୋନୋମୀ । କିନ୍ତୁ ଏହା କିପରି ? ଏହାର ଇଞ୍ଜିନ୍ ଡିଜାଇନ୍, ଟ୍ୟୁନ୍ ଏବଂ ଟ୍ରାନ୍ସମିସନ୍ ଯୋଗୁଁ ଏପରି ସମ୍ଭବ ହୋଇଥାଏ ।
ଡିଜେଲ୍ ଇଞ୍ଜିନ ହେଉଛି ଲଙ୍ଗ୍- ଷ୍ଟ୍ରୋକ୍, ତେଣୁ ଷ୍ଟାଣ୍ଡାର୍ଡ ଷ୍ଟ୍ରୋକ୍ ଇଞ୍ଜିନ ତୁଳନାରେ ଏଥିରେ ପ୍ରତି ଷ୍ଟ୍ରୋକ୍ ରେ ପିଷ୍ଟନ୍ ଦୂରକୁ ଯାଇଥାଏ, ଯାହା ସର୍ବନିମ୍ନ RPMରେ ଅଧିକ ଟର୍କ ସୃଷ୍ଟି କରେ । ଏହାବାଦ, କମ୍ବୁଷ୍ଟନ ପାଇଁ ଏୟାର୍ –ଫୁଏଲ୍ ମିକ୍ସଚର ଅପ୍ଟିମାଇଜ୍ କରିବା ପାଇଁ ଏହା ଟ୍ୟୁନ୍ ହୋଇଛି ,ଯେଉଁଥିରେ କମ୍ବୁଷ୍ଟନ୍ ପ୍ରକ୍ରିୟା ସ୍ପାର୍କ ହେବା ପାଇଁ କମ୍ ପରିମାଣର ଇନ୍ଧନ ବ୍ୟବହାର ହୋଇଥାଏ ।
ଏହାପରେ ଇଞ୍ଜିନ ଆଂଶିକ ସ୍ଥିର ମେସ୍ ଟ୍ରାନ୍ସମିସନ୍ ସହ ଯୋଡ଼ାଯାଇଥାଏ, ଯାହା ଇଞ୍ଜିନରୁ ଚକକୁ ଶକ୍ତି କ୍ଷୟକୁ କମ୍ କରିଥାଏ । ଏହା ନିଶ୍ଚିତ କରେ ଯେ, ଇଞ୍ଜିନ ଉତ୍ପନ କରୁଥିବା ଶକ୍ତି, ଅକ୍ଷୁର୍ଣ୍ଣ ଭାବେ ଚକାରେ ପହଞ୍ଚେ, ଯାହା କମ୍ ବେଗରେ ମଧ୍ୟ ଇଞ୍ଜିନକୁ ସକ୍ରିୟ କରିବାରେ ସକ୍ଷଣ କରାଏ ।